Skip to main content

Recent Post

EDUCATIONAL TECHNOLOGY

  EDUCATIONAL TECHNOLOGY 1 UNIT From the ancient abacus to handheld calculators, from slide projectors and classroom film strips to virtual reality and next-generation e-learning, educational technology continues to evolve in exciting new ways inspiring teachers and students alike. Technology is continually changing the way we work and play, create and communicate. So it's only natural that advancements in digital technology are also creating game-changing opportunities in the world of education. For teachers, technology is opening up new possibilities to enrich and stimulate young minds. Today, there is growing excitement around the potential for assistive technology, virtual and augmented reality, high-tech collaboration tools, gamification, podcasting, blogging, 3D printing, artificial intelligence, personalized learning and much more. Educational technology is a systematic and organized process of applying modern technology to improve the quality of education (efficie...

Chatra jibanare samarika shikshya

 

ଛାତ୍ରଜୀବନରେ ସାମରିକ ଶିକ୍ଷା

Chatrajibanare samarika shikshya essay poster
ଉପକ୍ରମ :–

ଛାତ୍ରମାନେ ଦେଶ ଜାତିର ଭବିଷ୍ୟତ। ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ନିମିତ୍ତ ସର୍ବବିଧ ବ୍ୟବସ୍ଥା ହେବା ବାଞ୍ଛନୀୟ। ସମାଜର ଯୋଗ୍ୟ ନାଗରିକ ଭାବରେ ବିଚରଣ କରିବାକୁ ହେଲେ ଶୃଙ୍ଖଳା ଜ୍ଞାନର ଆବଶ୍ୟକତା କେହି ଅସ୍ଵୀକାର କରିପାରିବେ ନାହିଁ। କେବଳ ଶୃଙ୍ଖଳାଜ୍ଞାନ ରହିଲେ ଯଥେଷ୍ଟ ହେଲା ନାହିଁ ଛାତ୍ରମାନେ ଆବାଲ୍ୟରୁ ଶୃଙ୍ଖଳାରେ ଅଭ୍ୟସ୍ତ ହେବା ଆବଶ୍ୟକ। ଶୃଙ୍ଖଳାରେ ଅଭ୍ୟସ୍ତ ବ୍ୟକ୍ତି ଅସାଧ୍ୟ ସାଧନ କରିପାରେ। ଅଳ୍ପସଂଖ୍ୟକ ଶୃଙ୍ଖଳାବଦ୍ଧ ସୈନ୍ୟ ବହୁସଂଖ୍ୟକ ବିଶୃଙ୍ଖଳ ସୈନ୍ୟଙ୍କୁ ଅନାୟାସରେ ପରାସ୍ତ କରିଦେଇପାରିବେ। ଯେକୌଣସି ଦୁଃସାହସିକ କାର୍ଯ୍ୟ ଏବଂ ଗବେଷଣା ସାଧନାରେ ଶୃଙ୍ଖଳା ଜ୍ଞାନ ଶୃଙ୍ଖଳା -ଅଭ୍ୟାସର ଆବଶ୍ୟକତା ବହୁତ ବେଶି। ଶୃଙ୍ଖଳାର ସହ ଅଧ୍ୟୟନ କଲେ ବିଶୃଙ୍ଖଳ ଅଧ୍ୟୟନଠାରୁ ଅଧିକ ସୁଫଳ ମିଳେ। ଶୃଙ୍ଖଳାର ସହ ଦୈନନ୍ଦିନ ଜୀବନ ଯାପନ କଲେ ବାଦ-ବିସମ୍ବାଦ, କଳହ ରୋଗ ଘଟିବାର ସମ୍ଭାବନା ରହେ ନାହିଁ। ବାଣିଜ୍ୟ, ବ୍ୟବସାୟ, ଶିଳ୍ପ, ଶାସନ, ଉପାର୍ଜନ ବ୍ୟୟ ସବୁଥିରେ ଶୃଙ୍ଖଳାଜ୍ଞାନ ଶୃଙ୍ଖଳା ଅଭ୍ୟାସର ସୁଫଳ ରହିଅଛି; ତେଣୁ ଦେଶର ଛାତ୍ର ସମାଜକୁ ପ୍ରାରମ୍ଭରୁ ଏହି ଶୃଙ୍ଖଳାଜ୍ଞାନରେ ଜ୍ଞାନୀ ଏବଂ ଶୃଙ୍ଖଳା ଅଭ୍ୟାସରେ ଅଭ୍ୟସ୍ତ କରିବା ଦରକାର। ସାମରିକ ଶିକ୍ଷାରେ ଶୃଙ୍ଖଳାଜ୍ଞାନ ଶୃଙ୍ଖଳା ଅଭ୍ୟାସ ଲାଭ କରିବା ନିମନ୍ତେ ଯଥେଷ୍ଟ ପରିସର ରହିଅଛି; ତେଣୁ ଜୀବନରେ ସାମରିକ ଶିକ୍ଷା ଏକାନ୍ତ ଆବଶ୍ୟକ।

ସମର ଦୃଷ୍ଟିରୁ ଛାତ୍ରଜୀବନରେ ସାମରିକ ଶିକ୍ଷାର ଆବଶ୍ୟକତା :-

ଦେଶ, ଜାତି ସମାଜକୁ ଆଭ୍ୟନ୍ତରୀଣ ଗଣ୍ଡଗୋଳରୁ ରକ୍ଷା କରିବା ଏବଂ ବହିଃଶତ୍ରୁର ଆକ୍ରମଣକୁ ପ୍ରତିହତ କରିବା ପ୍ରତ୍ୟେକ ନାଗରିକର ଚରମ ଲକ୍ଷ୍ୟ ବହିଃଶତ୍ରୁର ଆକ୍ରମଣରୁ ରକ୍ଷା ପାଇବାକୁ ହେଲେ ସାମରିକ ଜ୍ଞାନ, ସାମରିକ କୌଶଳ ସାମରିକ ଶକ୍ତି ପ୍ରତ୍ୟେକ ନାଗରିକଠାରେ ନିହିତ ରହିବା ଆବଶ୍ୟକ। ସାମରିକ ବିଦ୍ୟାରେ ଧୁରନ୍ଧର ହେବା ନିମିତ୍ତ ପ୍ରତ୍ୟେକ ନାଗରିକ ଛାତ୍ରଜୀବନରୁ ତାଲିମ ଲାଭ କରିବା ଉଚିତ। ଛାତ୍ରଜୀବନରେ ସାମରିକ ଶିକ୍ଷାର ଆବଶ୍ୟକତା ପ୍ରତି ଯୁଗରେ ଏବଂ ପ୍ରତି ଦେଶରେ ସ୍ବୀକୃତ ହୋଇଆସିଅଛି। ସୁଦୂର ଅତୀତରେ ଗ୍ରୀକ୍ ନଗରରାଜ୍ୟ ସ୍ପାର୍ଟାରେ ଆବାଲ୍ୟରୁ ପ୍ରତ୍ୟେକ ନାଗରିକ ସାମରିକ ଶିକ୍ଷାରେ ଅଭ୍ୟସ୍ତ ହେଉଥିଲେ। ସ୍ପାର୍ଟା ଦିଗରେ ଅତି କଠୋର ପନ୍ଥା ଅବଲମ୍ବନ କରିଥିଲା। ଏପରି କି ସାମରିକ ଦୃଷ୍ଟିରୁ ଦୁର୍ବଳ ପ୍ରତୀୟମାନ ହେଉଥିବା ଶିଶୁକୁ କର୍ମକର୍ତ୍ତାଗଣ ହତ୍ୟା କରୁଥିଲେ ; ସାମରିକ ଶକ୍ତିରେ ଦୁର୍ବଳ ବ୍ୟକ୍ତିର ସ୍ଥାନ ସମାଜରେ ନାହିଁ ବୋଲି ସେମାନେ ମନେକରୁଥିଲେ। ଭାରତରେ କୌରବ ପାଣ୍ଡବ ଭ୍ରାତାମାନେ ଛାତ୍ରାବସ୍ଥାରୁ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କଠାରୁ ସମରବିଦ୍ୟା ଶିକ୍ଷା କରି ନିପୁଣତା ଲାଭ କରିଥିଲେ। ହିଟଲର ଯୁଗରେ ଜର୍ମାନୀରୁ ଛାତ୍ରମାନଙ୍କ ନିମନ୍ତେ ସାମରିକ ଶିକ୍ଷାର ବ୍ୟବସ୍ଥା କରାଯାଇଥିଲା। ଏବେ ଲାଲ ଚୀନରେ ମଧ୍ୟ ତାହା ହିଁ ହେଉଅଛି; ତେଣୁ କେବଳ ଶୃଙ୍ଖଳା ଶିକ୍ଷା ବା ଶୃଙ୍ଖଳା ଅଭ୍ୟାସ ଦୃଷ୍ଟିରୁ ନୁହେଁ, ସମର ଦୃଷ୍ଟିରୁ ମଧ୍ୟ ଛାତ୍ରଜୀବନରେ ସାମରିକ ଶିକ୍ଷାର ଯଥେଷ୍ଟ ଆବଶ୍ୟକତା

ରହିଛି

ଭାରତୀୟମାନଙ୍କ ପକ୍ଷେ ଛାତ୍ରଜୀବନରୁ ସାମରିକ ଶିକ୍ଷାର ଆବଶ୍ୟକତା :--

ଛାତ୍ରଜୀବନରୁ ସାମରିକ ଶିକ୍ଷା ଲାଭ କରିବା ଯେ, ପ୍ରତ୍ୟେକ ଭାରତୀୟ ପକ୍ଷରେ ବିଶେଷ ଆବଶ୍ୟକ, ଏଥିରେ ସନ୍ଦେହ ନାହିଁ; କାରଣ ଭାରତବର୍ଷ ଦୀର୍ଘକାଳ ଧରି ପରାଧୀନ ରହିଆସିଥିଲା। ଏହି ପରାଧୀନତା ସମୟରେ ବ୍ରିଟିଶ୍ ସରକାର ଭାରତୀୟ- ମାନଙ୍କଠାରୁ ସମସ୍ତ ଅସ୍ତ୍ର ଶସ୍ତ୍ର ବାଜ୍ୟାପ୍ତ କରିନେଇଥିଲେ। ବ୍ରିଟିଶ୍ ସରକାର ଭାରତରେ ଯେଉଁ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କଲେ, ତାହାର ଲକ୍ଷ୍ୟ ହେଲା ଶାସନ ପରିଚାଳନା ପାଇଁ କିରାଣି ସୃଷ୍ଟି କରିବା। ସାମରିକ ଶୃଙ୍ଖଳା ବା ସାମରିକ ଅଭ୍ୟାସ ଦାନ କରିବାର କୌଣସି ବ୍ୟବସ୍ଥା ରହିଲା ନାହିଁ, ତେଣୁ ଭାରତୀୟମାନଙ୍କଠାରେ ଶୃଙ୍ଖଳାଜ୍ଞାନର ଅଭାବ ଦେଖାଦେଇଛି। ସାମରିକ ଶୃଙ୍ଖଳା ସେମାନଙ୍କଠାରେ ନାହିଁ ଯୁଦ୍ଧ ନାମ ଶୁଣିଲେ ସେମାନଙ୍କର ହୃକମ୍ପ ଜାତ ହେଉଛି। ଏବେ ସ୍ଵାଧୀନ ଭାରତରେ ଏଭଳି ଭୟବିହ୍ଵଳ ବିଶୃଙ୍ଖଳାପୂର୍ଣ୍ଣ ନାଗରିକମାନଙ୍କୁ ଘେନି ଦେଶ ସମାଜ କେତେ ଦିନ ତିଷ୍ଠି ରହିବ? ପୁନଶ୍ଚ ସ୍ଵାଧୀନ ଭାରତର ନାଗରିକ ଭାବରେ ଆମ୍ଭମାନଙ୍କୁ ଶତ୍ରୁର ସମ୍ମୁଖୀନ ହୋଇ ଦେଶର ସ୍ଵାଧୀନତା ଅଖଣ୍ଡତା ରକ୍ଷା କରିବାକୁ ପଡ଼ିବ। ଭାରତ ପ୍ରତି ବହିଃ ବିପତ୍ତିର ଅଭାବ ନାହିଁ। ପଡ଼ୋଶୀ ପାକିସ୍ତାନ ଲାଲ ଚୀନ୍ ବାରମ୍ବାର ଆକ୍ରମଣରେ ଆମ୍ଭମାନଙ୍କଠାରେ ଜ୍ଞାନୋଦୟ ହେବା ଉଚିତ। ଏହିସବୁ କାରଣରୁ ଅନ୍ୟାନ୍ୟ ଦେଶବାସୀଙ୍କ ଅପେକ୍ଷା ଭାରତୀୟମାନଙ୍କ ପକ୍ଷେ ଛାତ୍ରଜୀବନରୁ ସାମରିକ ଶିକ୍ଷାର ପ୍ରୟୋଜନ ନିଶ୍ଚୟ ବେଶି ଛାତ୍ରଜୀବନରେ ସାମରିକ ଶିକ୍ଷା ନିମିତ୍ତ ଭାରତରେ ବ୍ୟବସ୍ଥା :-

ଛାତ୍ରଜୀବନରେ ସାମରିକ ଶିକ୍ଷା ନିମିତ୍ତ ଭାରତ ସରକାର ବିହିତ ବ୍ୟବସ୍ଥା! କରିଛନ୍ତି। ଏଥିପାଇଁ ଭାରତ ସରକାର ସ୍ଵତନ୍ତ୍ର ବିଭାଗ ଖୋଲିଛନ୍ତି ଅଜସ୍ର ଅର୍ଥ ବ୍ୟୟ କରୁଛନ୍ତି। ଏହି ବ୍ୟବସ୍ଥା ଅନୁସାରେ ପ୍ରତ୍ୟେକ ସ୍କୁଲ କଲେଜରେ ଜାତୀୟ ଯୁବସେନା ବାହିନୀ ବା (National Cadet Corps) ମାନ ପ୍ରତିଷ୍ଠା କରାଯାଉଛି।

ଏହି ବାହିନୀକୁ ସଂକ୍ଷେପରେ N.C.C.ବୋଲି କୁହାଯାଉଛି। ଯେଉଁ ବିଦ୍ୟାଳୟରେ ଅନ୍ୟୁନ ଷାଠିଏ ଜଣ ଛାତ୍ର ଏହି ଶିକ୍ଷା ପାଇବା ପାଇଁ ପ୍ରସ୍ତୁତ ଅଛନ୍ତି, ସେଠାରେ N.C.C. ଖୋଲିବାର ନିୟମ ହୋଇଅଛି। ଏଥନିମିତ୍ତ ସଂପୃକ୍ତ ବିଦ୍ୟାଳୟର ବ୍ୟାୟାମ ଶିକ୍ଷକଙ୍କୁ ସରକାରୀ ତାଲିମ କେନ୍ଦ୍ରଗୁଡ଼ିକରେ ଦୁଇ ମାସ ଲାଗି ତାଲିମ୍ ଦେବାର ବ୍ୟବସ୍ଥା କରାଯାଇଅଛି ଏବଂ ତାଲିମ୍ ପରେ ସେମାନଙ୍କୁ ମାସିକ ପଚାଶ ଟଙ୍କା N.C.C. Allowance ବା ଭତ୍ତା ମିଳିବାର ବ୍ୟବସ୍ଥା ହୋଇଅଛି। ବିଦ୍ୟାଳୟ ଯୁବସୈନିକ (Cadet) ମାନଙ୍କୁ ନିର୍ଦ୍ଦିଷ୍ଟ ପୋଷାକ (ପ୍ୟାଣ୍ଟ୍, ସାର୍ଟ, ଜୋତା, ମୋଜା, ଟୋପି) ସନ୍ତକ (Badge) ସରକାରଙ୍କପକ୍ଷରୁ ଯୋଗାଇ ଦିଆଯାଉଅଛି। ସେମାନଙ୍କୁ କାର୍ଯ୍ୟ ଦିବସରେ ଲଘୁଭୋଜନ ଦେବାର ବ୍ୟବସ୍ଥା କରାଯାଇଅଛି। ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ସ୍ଥଳରେ କେତେକ ସ୍କୁଲ୍‌ N.C.C. ନେଇଥିବା ପିଲା ମାନଙ୍କୁ ଏକତ୍ର କରି ବିଭିନ୍ନ ପ୍ରତିଯୋଗିତାମାନ କରାଯାଉଛି। ସେମାନଙ୍କୁ ପ୍ରାରମ୍ଭିକ ଯୁଦ୍ଧକୌଶଳ ରାଇଫଲଚାଳନା ଶିକ୍ଷା ଦିଆଯାଉଅଛି। ଏଥନିମିତ୍ତ ସରକାରଙ୍କ ପକ୍ଷରୁ ସ୍କୁଲ୍ କଲେଜକୁ ବନ୍ଧୁକମାନ ଯୋଗାଇ ଦିଆଯାଉଅଛି। ବିଭିନ୍ନ N.C.C. ପିଲାମାନେ ଏକତ୍ରିତ ହୋଇ ନକଲି ଯୁଦ୍ଧ ବା ରଙ୍ଗସମର କରି ପ୍ରକୃତ ସମୟ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏତଦ୍ବ୍ୟତୀତ ସରକାର ଛାତ୍ରମାନଙ୍କ ସାମରିକ ଶିକ୍ଷା ପାଇଁ ସ୍ଵତନ୍ତ୍ର ଅନୁଷ୍ଠାନମାନ ସ୍ଥାପନ କରିଛନ୍ତି। ଓଡ଼ିଶାର ଭୁବନେଶ୍ଵରଠାରେ ଗୋଟିଏ ସୈନିକ ବିଦ୍ୟାଳୟ ସ୍ଥାପନ କରାଯାଇଅଛି। ସେହିପରି ଭାରତର ଅନ୍ୟାନ୍ୟ ସ୍ଥଳରେ ସୈନିକ ବିଦ୍ୟାଳୟମାନ ସ୍ଥାପିତ ହୋଇଅଛି। ଏଗୁଡ଼ିକ ହେଉଛି ଆବାସୀ ବିଦ୍ୟାଳୟ। ଏଠାରେ ଛାତ୍ରମାନେ ପ୍ରଧାନତଃ ସାମରିକଶିକ୍ଷା ପାଇବା ସଙ୍ଗେ ସଙ୍ଗେ ସାଧାରଣ ଶିକ୍ଷା ମଧ୍ୟ ପାଉଛନ୍ତି। ଏହାଛଡ଼ା ଉଡ଼ାଜାହାଜ ଚାଳନା ଆକାଶ ଯୁଦ୍ଧକୌଶଳ ଶିକ୍ଷା ଦେବା ପାଇଁ କେନ୍ଦ୍ରମାନ ସ୍ଥାପିତ ହୋଇଅଛି। ଏହାକୁ ଇଂରାଜୀରେ Flying Club (ଉଡ୍ଡୟନ ସଂସଦ) କୁହାଯାଉଅଛି। ଅଳ୍ପ ବୟସରୁ ଜାହାଜ ଚାଳନା ଜଳଯୁଦ୍ଧ ଶିକ୍ଷା ଦେବା ପାଇଁ ଭାରତୀୟ ନୌବିଭାଗ (Indian Navy) ବ୍ୟବସ୍ଥା କରାଯାଇଅଛି। ଛାତ୍ରମାନେ ୧୭, ୧୮ ବର୍ଷ ବୟସରୁ ଏଥିରେ ଯୋଗ ଦେଇ ଜଳଯୁଦ୍ଧରେ ତାଲିମ ପାଉଛନ୍ତି। ଛାତ୍ରମାନେ ଯେପରି ଆଗ୍ରହର ସହିତ ସବୁଥରେ ଅଂଶ ଗ୍ରହଣ କରିବେସେଥିପାଇଁ ଭାରତ ସରକାର ବହୁଳ ପ୍ରଚାରର ବ୍ୟବସ୍ଥା କରିଛନ୍ତି। ପ୍ରଚାର ପୁସ୍ତକମାନଙ୍କରେ ସବୁର ଧାରଣା ଛାତ୍ରମାନଙ୍କୁ ଦିଆଯାଉଅଛି। ସ୍ଵତନ୍ତ୍ର ଅଫିସରମାନେ ନିଯୁକ୍ତ ହୋଇ ସ୍କୁଲ କଲେଜର କର୍ମକର୍ତ୍ତାମାନଙ୍କ ସହିତ ସମ୍ପର୍କ ରଖିଛନ୍ତି। ବିଭାଗୀୟ ଉଚ୍ଚ ଅଫିସରମାନେ ସ୍କୁଲ କଲେଜର N.C.C କାର୍ଯ୍ୟଗୁଡ଼ିକ ପରିଦର୍ଶନ ବା ତଦାରଖ କରୁଛନ୍ତି।

ଉପସଂହାର :–

ଛାତ୍ରଜୀବନରେ ବିଶେଷତଃ ଭାରତୀୟ ଛାତ୍ରଙ୍କ ଜୀବନରେ ସାମରିକ ଶିକ୍ଷାର ଆବଶ୍ୟକତା ଗୁରୁତ୍ଵ ଯଥେଷ୍ଟ ବେଶି ; ତେଣୁ ଦିଗରେ ସରକାରଙ୍କ ସହିତ ଛାତ୍ର ଅଭିଭାବକମାନଙ୍କର ପୂର୍ଣ୍ଣପ୍ରାଣରେ ସହଯୋଗ କରିବା ଉଚିତ। ଶିକ୍ଷକମାନେ ମଧ୍ୟ ଛାତ୍ରମାନଙ୍କୁ ଉତ୍ସାହିତ କରନ୍ତୁ। ପ୍ରତ୍ୟେକ ଭାରତୀୟ ଛାତ୍ର ସାମରିକ ଉଦ୍ଦୀପନାରେ ଉଦ୍ଦୀପିତ ହେଉ।

*****

ସମ୍ବଦ୍ଧିୟ ପୋଷ୍ଟ:-1.   ଛାତ୍ର ରାଜନୀତି ପ୍ରବନ୍ଧ

                        2.   ଭାରତରେ ଛାତ୍ର ବିଶୃଙ୍ଖଳା


Comments